ଆଜି ରାଜ୍ୟରେ ଦୈନିକ ସଙ୍କ୍ରମଣ ହାର ରହିଛି ୬୧୧୮ । କିନ୍ତୁ ମୃତ୍ୟୁସଂଖ୍ୟା ୩ ହଜାର ଟପିଛି । ଆଜି ୪୧ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା ଭାଇରସ । ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁସଂଖ୍ୟା ୩୦୩୫କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଆକ୍ରାନ୍ତଙ୍କର ଦେହାନ୍ତ ହୋଇଛି । ସୁନ୍ଦରଗଡରୁ-୪, ପୁରୀ ଓ ଗଞ୍ଜାମରୁ ୩ ଲେଖାଏଁ ଆକ୍ରାନ୍ତ ମୃତ । ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ ସେଣ୍ଟରରୁ ୩୪୫୩ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୨୬୬୫ । ଆଜି ସଙ୍କ୍ରମଣରେ ଖୋର୍ଦ୍ଧାକୁ ଟପିଯାଇଛି କଟକ । କଟକରୁ ସର୍ବାଧିକ ୬୪୦ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୪୯୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାଜପୁର-୫୬୩, ଅନୁଗୁଳ-୪୧୬, ବାଲେଶ୍ୱର-୧୯୫, ବରଗଡ-୧୬୪, ଭଦ୍ରକ-୨୨୮, ବଲାଙ୍ଗୀର-୮୩, ବୌଦ୍ଧ-୧୧୨, ଦେଓଗଡ-୨୯, ଢେଙ୍କାନାଳ-୧୨୩, ଗଜପତି-୩୦, ଗଞ୍ଜାମ-୯୩, ଜଗତସିଂହୁପର-୨୧୮, ଝାରସୁଗୁଡା-୮୬, କଳାହାଣ୍ଡି-୮୦, କନ୍ଧମାଳ-୧୪୩, କେନ୍ଦ୍ରାପଡା-୨୨୭, କେନ୍ଦୁଝର-୧୫୫, କୋରାପୁଟ-୧୮୦, ମାଲକାନଗିରି-୧୦୭, ମୟୂରଭଞ୍ଜ-୩୫୨, ନବରଙ୍ଗପୁର-୧୬୬, ନୟାଗଡ-୧୬୧, ନୂଆପଡା-୩୬, ପୁରୀ-୩୯୮, ରାୟଗଡା-୧୦୮, ସମ୍ବଲପୁର-୧୦୩,ସୋନୁପର-୫୨, ସୁନ୍ଦରଗଡ-୨୭୨,ଷ୍ଟେଟପୁଲରୁ ୧୦୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here