ବିହାର ଲୋକ ଜନଶକ୍ତି ପାର୍ଟି ଏଲଜେପିର ଛ ଜଣ ସାଂସଦଙ୍କ ମଧ୍ୟରୁ ପାଞ୍ଚଜଣ ସାଂସଦ ସଂସଦୀୟ ଦଳର ନୂଆ ନେତା ନିର୍ବାଚିତ କରିଛନ୍ତି । ଏଲଜେପି ସଂସଦୟ ଦଳର ନେତା ଚିରାଗ ପାଶଓ୍ବାନଙ୍କୁ ପରିବର୍ତ୍ତନ କରି ତାଙ୍କ ସ୍ଥାନରେ ନୂଆ ନେତା ଭାବେ ପଶୁପତି କୁମାର ପରାଶଙ୍କୁ ସ୍ବୀକୃତି ଦେବାକୁ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି । ଚିରାଗ ପାଶଓ୍ବାନ ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଏଲଜେପିର ପ୍ରତିଷ୍ଠାତା ରାମ ବିଳାଶ ପାଶଓ୍ବାନଙ୍କ ପୁଅ । ଏବେ ସେ ସାଂସଦ ରହିବା ସହ ପାର୍ଟିର ଜାତୀୟ ସଭାପତି ଅଛନ୍ତି । ପାର୍ଟିର ନୂଆ ନିର୍ବାଚିତ ହୋଇଥିବା ପଶୁପତି ହେଉଛନ୍ତି ରାମ ବିଳାଶଙ୍କ ସାନଭାଇ, ଅର୍ଥାତ ଚିରାଗଙ୍କ ଦାଦା । ତେବେ ପାର୍ଟି ଭିତରେ ଦାଦି ପୁତୁରା ଲଢେଇରେ ପୁତୁରାକୁ ଏକଘରକିଆ କରିବାକୁ ସମର୍ଥ ହୋଇଛନ୍ତି । ଏଥିସହିତ ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କୁ ପ୍ରଶଂସା କରିଛନ୍ତି । ଏଲଜେପିର ବିଭାଜନ ପଛରେ ନିତିଶଙ୍କ ହାତ ରହିଛି ଏବଂ କେନ୍ଦ୍ରରେ ମନ୍ତ୍ରୀ କରିବା ପାଇଁ ପଶୁପତିଙ୍କୁ ପଶୁପତିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ପଶୁପତିଙ୍କୁ କେନ୍ଦ୍ରମନ୍ତ୍ରୀ କରିବାର ଡିଲ୍ ସହ ନିର୍ବାଚନ ବେଳେ ଚିରାଗଙ୍କ ସହ ସୃଷ୍ଟି ହୋଇଥିବା ରାଜନୈତିକ ଶତ୍ରୁତାର ପ୍ରତିଶୋଧ ନେବାକୁ ସକ୍ଷମ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here