ରାଜ୍ୟରେ ମୃତ୍ୟୁସଂଖ୍ୟାରେ କେବେ ଲାଗିବ ଲଗାମ । ୪୦ ତଳକୁ ଖସୁନି ମୃତ୍ୟୁସଂଖ୍ୟା । ଆଜି ପୁଣି ୪୩ ଜୀବନ ନେଇଛି ମହାମାରୀ କରୋନା । ସେହିପରି ଦୈନିକ ସଙ୍କ୍ରମଣ କିଛିମାତ୍ରାରେ କମୁଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୨୩୫ ପଜିଟିଭ୍ । କ୍ୱାରେଣ୍ଟିନ୍ ସେଣ୍ଟରରୁ ୨୯୫୭ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୨୨୭୮ । ଖୋର୍ଦ୍ଧାରୁ ସର୍ବାଧିକ ୭୨୬ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ କଟକରୁ ୫୫୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳ-୨୭୭, ବାଲେଶ୍ୱର-୩୨୦, ବରଗଡ-୧୧୮, ଭଦ୍ରକ-୨୧୭, ବଲାଙ୍ଗିର-୪୧, ବୌଦ୍ଧ-୮୩, ଦେଓଗଡ-୧୪, ଢେଙ୍କାନାଳ-୧୩୭, ଗଜପତି-୨୩, ଗଞ୍ଜାମ-୭୭, ଜଗତସିଂହପୁର-୧୪୮, ଯାଜପୁର-୩୯୪, ଝାରସୁଗୁଡା-୨୭, କଳାହାଣ୍ଡି-୪୮, କନ୍ଧମାଳ-୩୭, କେନ୍ଦ୍ରାପଡା-୨୩୭, କେନ୍ଦୁଝର-୧୧୫, ଖୋର୍ଦ୍ଧା-୭୨୬, କୋରାପୁଟ-୧୨୭, ମାଲକାନଗିରି-୫୮, ମୟୂରଭଞ୍ଜ-୨୮୫, ନବରଙ୍ଗପୁର-୧୮୬, ନୟାଗଡ-୧୩୨, ନୂଆପଡା-୧୩, ପୁରୀ-୨୩୪, ରାୟଗଡା-୧୨୯, ସମ୍ବଲପୁର-୬୬, ସୋନପୁର-୩୪, ସୁନ୍ଦରଗଡରୁ୧୫୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here