ସମସ୍ତଙ୍କୁ ମିଳିବ ମାଗଣା ଟିକା । ଆଉ ରାଜ୍ୟ ସରକାରଙ୍କୁ କିଣିବାକୁ ପଡିବନି ଟିକା । ଆସନ୍ତା 21 ତାରିଖ ପରଠାରୁ କେନ୍ଦ୍ର ସରକାର ସମସ୍ତଙ୍କୁ ମାଗଣାରେ ଟିକା ଯୋଗାଇଦେବେ ବୋଲି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯଦି କେହି ଚାହିଁବେ ତେବେ ସେମାନେ ଘରୋଇ ହସପିଟାଲରେ ମଧ୍ୟ ଦେଢଶହ ଟଙ୍କା ଦେଇ ଟିକା ନେଇପାରିବେ । ଆଜି ରାଷ୍ଟ୍ରବାସୀଙ୍କୁ ସମ୍ବୋଧନ କରି ମୋଦି କହିଛନ୍ତି, ଗତ ଶହେବର୍ଷ ଭିତରେ ଏହା ବିଶ୍ବର ସବୁଠୁ ବଡ ମହାମାରୀ । ଏଭଳି ସ୍ଥିତି ଉପୁଜିବ ବୋଲି କେହି ଆଶା କରି ନଥିଲେ । ମେଡିକାଲ ଅକ୍ସିଜେନର ଅଭାବ କେବେ ହୋଇ ନଥିଲା । ମାତ୍ର ଏବେ କେନ୍ଦ୍ର ସରକାର ଅକ୍ସିଜେନ ପାଇଁ ଜଳ, ସ୍ଥଳ ଓ ଆକାଶକୁ ଏକ କରିଦେଇଛନ୍ତି ବୋଲି କହିଛନ୍ତି । ସେହିପରି ଭ୍ୟାକ୍ସିନ ବାହାର କରିବାରେ ଦେଶର ବୈଜ୍ଞାନିକଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଖୁବ କମ୍ ସମୟ ଭିତରେ ବୈଜ୍ଞାନିକମାନେ ଭ୍ୟାକ୍ସିନ ବାହାର କରିବାରେ ସଫଳ ହେବା କିଛି କମ କଥା ନୁହେଁ । କୋଭିଡ ପାଇଁ ଲୋକଙ୍କ ଆର୍ଥିକ ସ୍ଥିତି ଶୋଚନୀୟ ହୋଇପଡିଥିବାରୁ ଦେଶର 80 କୋଟି ଲୋକଙ୍କୁ ମାଗଣାରେ ରାସନ ଦିଆଯିବ ।

LEAVE A REPLY

Please enter your comment!
Please enter your name here