ଏମାନେ ଏମିତି ଅବସ୍ଥାରେ କଣ ପାଇଁ ପଡିଛନ୍ତି? ଏମାନେ ସମସ୍ତେ ଜୀବିତ ନା ମୃତ । ଏମିତି ଦୃଶ୍ୟ ବି ଆପଣଙ୍କୁ ଆମେ କାହିଁକି ଦେଖାଉଛୁ । ଦର୍ଶକବନ୍ଧୁ ଏ ହେଉଛି କୋଭିଡ ହସ୍ପିଟାଲ ଭିତରର ଦୃଶ୍ୟ । ଆଉ ଏଠି ଏମିତି ହିଁ ଚିକିତ୍ସା ପାଇଥାନ୍ତି ଆକ୍ରାନ୍ତ । ଏ ଦୃଶ୍ୟ କାଲିଠାରୁ ସମସ୍ତଙ୍କୁ ଚକିତ ଏବଂ ବିଚଳିତ କରିପକାଉଛି । ଏବଂ ଛାତି ଥରାଇ ଦେଉଛି ଏ ଚିତ୍ର । ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ବି ଭାଇରାଲ ହେବାରେ ଲାଗିଛି । ଯିଏ ଯୋଉଠି ପଡିଛି ପଡିଛି । କିଏ ଟଏଲେଟ ଭିତରେ କିଏ ବେସିନ ପାଖରେ । ଜଣେ କି ଦୁଇ ଜଣ ନୁହଁନ୍ତି ଏମିତି ଅନେକ ଆକ୍ରାନ୍ତ ଏଣେତେଣେ ପଡିଛନ୍ତି । ଅଧିକାଂଶଙ୍କ ଦେହରେ ତ ବସ୍ତ୍ର ବି ନାହିଁ । ବାରିପଦା ସହରଠୁ ୧୦ କିଲୋମିଟର ଦୂର ବାଙ୍କିଶାଳ ସ୍ଥିତ ଏ ହେଉଛି କୋଭିଡ ହସ୍ପିଟାଲ ଭିତରର ଦୃଶ୍ୟ । ମହାମାରୀ କବଳରେ କଲବଲ ହୋଇ ଆଶା ଓ ଭରସା ନେଇ ଏଠିକି ଆସୁଥିବା ରୋଗୀଟି ଏବେ କେଉଁ ଅବସ୍ଥାରେ ରହିଛନ୍ତି । ତାହା ଆପଣ ଠିକ୍ ଅନୁମାନ କରିସାରିବେଣି । ହସ୍ପିଟାଲ ଭିତରେ ରୋଗୀ ସେବାର ଏ ବିକଟ ସ୍ଥିତିର ଫଟୋ ଭାଇରାଲ ହେବାପରେ ଆରମ୍ଭ ହୋଇଛି ଅଭିଯୋଗ । ଅବବ୍ୟସ୍ଥା ପାଇଁ ଅନେକ ରୋଗୀ ଆଖି ବୁଜିଲେଣି ବୋଲି ଅଭିଯୋଗ ହେଉଛି । କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ଗତବର୍ଷ ବାଙ୍କିଶାଳରେ ତିଆରି ହୋଇଥିଲା ୨୦୦ ଶର୍ଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ । ହସ୍ପିଟାଲ ହେଉଛି ବୋଲି ଯେଉଁ ଖୁସି ମନରେ ଭରି ଯାଇଥିଲା ଏବେ ଏ ଦୃଶ୍ୟ ଦେଖି ନିନ୍ଦା ଛିଡା ଉପାୟ ନାହିଁ । ଏହାର ଉପଯୁକ୍ତ ତଦନ୍ତ ନିହାତି ହେବା ଆବଶ୍ୟକ । ଯେମିତି ଏମିତି ଦୃଶ୍ୟ ଆମେ କେବେ ବି ଦେଖିବାନି ।

LEAVE A REPLY

Please enter your comment!
Please enter your name here