ଏବେ ସବୁଠି କରୋନା ଟିକା ନେବାକୁ ଜୋର୍ ଦିଆଯାଉଛି । କରୋନା କବଳରୁ ରକ୍ଷା ପାଇବାକୁ ହେଲେ ଟିକା ନେବାର ଅତ୍ୟନ୍ତ ଆବଶ୍ୟକ ରହିଛି । ଟିକାରୁ ଯେମିତି କେହି ବଞ୍ଚିତ ନହେବେ ସେଥିପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି । ଦୁଇଟି ଟିକାକୁ ପ୍ରାଧାନ୍ୟ ଦିଆଯାଉଛି । କୋଭାକ୍ସିନ ଏବଂ କୋଭିସିଲ୍ଡ । ଏହି ଦୁଇଟି ଟିକା ଭିତରୁ କେଉଁଟା ଅଧିକ ଫଳପ୍ରଦ ତାକୁ ନେଇ ଅନେକ ସମୟରେ ଚର୍ଚ୍ଚା ଚାଲିଥିବାବେଳେ ସାମ୍ନାକୁ ଆସିଛି ଏକ ତଥ୍ୟ । କରୋନା ଟିକା କୋଭାକ୍ସିନଠୁ କୋଭିସିଲ୍ଡ ଅଧିକ ଫଳପ୍ରଦ । ଏନେଇ covat ପକ୍ଷରୁ କରାଯାଇଥିବା ଏକ ସର୍ଭେରେ ଏହି ରିପୋର୍ଟ ପ୍ରକାଶ ପାଇଛି । କୋଭାକ୍ସିନ ତୁଳନାରେ କୋଭିସିଲ୍ଡ ଅଧିକ ଆଣ୍ଟିବଡି ତିଆରି କରୁଛି । ଉଭୟ ଟିକାକୁ ତୁଳନା କରିବା ପରେ ଏନେଇ ତଥ୍ୟ ପ୍ରକାଶ କରାଯାଇଛି । କୋଭିସିଲ୍ଡର ପ୍ରଥମ ଡୋଜ୍ ନେବାପରେ ଶରୀରରେ ଆଣ୍ଟିବଡି ପ୍ରସ୍ତୁତ ହେଉଛି । ତା ସହିତ ସେରୋ ପଜିଟିଭିଟି ରେଟ୍ କୋଭାକ୍ସିନଠୁ କୋଭିସିଲ୍ଡରେ ଅଧିକ ପରିଲକ୍ଷିତ ହେଉଛି । ୫୫୨ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ପ୍ରାଥମିକ ସ୍ତରରେ ଏହି ସର୍ଭେ କରାଯାଇଥିଲା । ତେବେ ଏହି ସର୍ଭେକୁ ଅଧିକ ବ୍ୟାପକ କରାଗଲେ ଏଥିରୁ କିଛି ନୂଆ ତଥ୍ୟ ସାମ୍ନାକୁ ଆସିବା ନେଇ ଆକଳନ କରାଯାଉଛି ।

LEAVE A REPLY

Please enter your comment!
Please enter your name here