ବଦଳିଲା ରାମଦେବ ବାବାଙ୍କ ସ୍ୱର । ଟିକାକରଣକୁ ନେଇ ବାବା ରାମଦେବ ନିଜର ମନ ପରିବର୍ତ୍ତନ କରିଛନ୍ତି । ସେ କହିଛନ୍ତି ଯେ, ଟିକା ନେବା ପାଇଁ ସେ ପ୍ରସ୍ତୁତ ଅଛନ୍ତି । ଏହାସହ ଡାକ୍ତରଙ୍କୁ ଦେବଦୂତ ବୋଲି କହିଛନ୍ତି । ପୂର୍ବରୁ ସେ କହିଥିଲେ, ଆୟୁର୍ବେଦର ସେବନ ସହିତ ଯୋଗ କରୁଥିବାରୁ ତାଙ୍କ ଶରୀର କରୋନା ସହ ଲଢିବା ପାଇଁ ସକ୍ଷମ ଅଛି । କିଛିଦିନତଳେ କରୋନା ସଙ୍କ୍ରମଣରେ ଏଲୋପାତି ସମ୍ପର୍କରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ଥିଲେ ରାମଦେବ । ଭାରତୀୟ ମେଡିକାଲ ଆସୋସିଏସନ କଡା ପ୍ରତିକ୍ରୀୟା ରଖିଥିଲା । କିନ୍ତୁ ଗତକାଲି ବାବା ରାମଦେବ ଡାକ୍ତରଙ୍କୁ ପ୍ରଶଂସା କରିବା ସହିତ କହିଛନ୍ତି, କେଉଁ ସଙ୍ଗଠନ ସହିତ ତାଙ୍କର କୌଣସି ବିବାଦ ନାହିଁ ।

LEAVE A REPLY

Please enter your comment!
Please enter your name here