ଡରାଉଛି ଡେଲ୍ଟା ପ୍ଲସ । ରୂପ ବଦଳାଉଛି କରୋନା । ଦେଶରେ କାୟା ମେଲାଉଛି କରୋନାର ନୂଆ ପ୍ରଜାତି ଡେଲଟା ପ୍ଲସ ଭୂତାଣୁ । ଭାରତର ୨୨ କେସରୁ ୧୬ କେସ୍ କେବଳ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି । ମୁମ୍ବାଇ,ପାଲଘର, ରତ୍ନଗିରୀରୁ ଡେଲ୍ଟା ପ୍ଲସ ଚିହ୍ନଟ ହୋଇଛନ୍ତି । ସେହିପରି କେରଳ,ମଧ୍ୟପ୍ରଦେଶରେ ଏହି ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛନ୍ତି । ଏପର୍ଯ୍ୟନ୍ତ ୪୦ ଜଣଙ୍କ ଠାରେ କରୋନାର ନୂଆ ଭୂତାଣୁ ଡେଲଟା ପ୍ଲସ ଚିହ୍ନଟ ହେଲାଣି । ଏହି ନୂଆ ପ୍ରଜାତି ଭୂତାଣୁ ସଙ୍କ୍ରମଣର ବେଗ, ଗୁଣ , ଲକ୍ଷଣ ଉପରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ନଜର ରଖିଛନ୍ତି । ଗତ ମାର୍ଚ୍ଚ ମାସରେ ପ୍ରଜାତିର ଭୂତାଣୁ ୟୁରୋପରୁ ଦେଖାଦେଇଥିଲା । ଡେଲ୍ଟା ଭାରିଆଣ୍ଟଠାରୁ ଡେଲ୍ଟା ପ୍ଲସ ଭାରିଆଣ୍ଟ ଅଧିକ ଭୟଙ୍କର ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here