ମେ 30 ରେ ଏନଡିଏ ସରକାର ସାତବର୍ଷ ପୁରା କରିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଫ୍ରଣ୍ଟ ଲାଇନ କୋଭିଡ ଯୋଦ୍ଧାଙ୍କୁ ପ୍ରଶଂସା କରିଛନ୍ତି । ସମଗ୍ର ଦେଶ କରୋନାର ଦ୍ବିତୀୟ ଲହରକୁ ନେଇ ଯୁଝୁଥିବା ବେଳେ ଫ୍ରଣ୍ଟଲାଇନ ଯୋଦ୍ଧାମାନେ ଦିନରାତି ଅକ୍ଳାନ୍ତ ପରିଶ୍ରମ କରି କରୋନାକୁ ମୁକାବିଲା କରୁଥିବାରୁ ସେ ସେମାନଙ୍କୁ ଧ୍ୟନବାଦ ଜଣାଇଛନ୍ତି । ଦ୍ବିତୀୟ ଲହର ସଂକ୍ରମଣ ଭୟାନକ ଏବଂ ଏଥିରେ ବହୁ ଲୋକ ମୃତ୍ୟୁବରଣ କରୁଥିବାରୁ ଧୈର୍ଯ୍ୟର ସହ ପରିସ୍ଥିତି ମୁକାବିଲା କରିବାକୁ ସେ ପରାମର୍ଶ ଦେଇଛନ୍ତି । କରୋନାକୁ ମୁକାବିଲା କରିବା ପାଇଁ ପ୍ରଥମରୁ ଦେଶରେ ଗୋଟିଏ, ଦୁଇଟି ଟେଷ୍ଟିଂ ଲାବ୍ ଥିଲା । ମାତ୍ର ଏବେ ଦେଶରେ ଅଢେଇ ହଜାର ଲ୍ୟାବ୍ କାମ କରୁଛି । ସେହିପରି ଅକ୍ସିଜେନ ଉତ୍ପାଦନ ପରିମାଣ ମଧ୍ୟ ଦଶଗୁଣା ବୃଦ୍ଧି କରାଯାଇଥିବା ସେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, କୋଭିଡ ମହାମାରୀ ସମୟରେ ଯେଉଁରାଜ୍ୟମାନେ ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କଲେ ଏବଂ ସାହସର ଲୋକମାନଙ୍କୁ ଉଦ୍ଧାର କଲେ, ସେମାନଙ୍କ କାର୍ଯ୍ୟ ପ୍ରଶଂସନୀୟ । ଗତ ଶହେବର୍ଷ ଭିତରେ କୋଭିଡ ସବୁଠୁ ବଡ ମହାମାରୀ ବୋଲି ଉଲ୍ଲେଖ କରିବା ସହ ମୋଦି କହିଛନ୍ତି, ସମଗ୍ର ଦେଶବାସୀ ଏହି ଚ୍ୟାଲେ଼୍ଜକୁ ଅତି ସାହସିକତାର ସହ ମୁକାବିଲା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here