ଦିଲ୍ଲୀରେ କରୋନା ସଙ୍କ୍ରମଣ କମିବା ପରେ ଲକଡାଉନ କୋହଳ କରାଯାଇଛି । ଆସନ୍ତା ସୋମବାର ଠାରୁ ଦିଲ୍ଲୀରେ ବଜାର, ମଲ, ଅଡ-ଇଭିନ୍ ଫର୍ମୁଲାରେ ଲକଡାଉନ ଖୋଲିବ । ନମ୍ବର ଅନୁଯାୟୀ ଦିନେ ଛାଡି ଦିନେ ଦୋକାନ ଖୋଲିବ । ମଲ ଗୁଡିକ ଅଡ-ଇଭିନରେ ଦିନ ୧୦ଟାରୁ ରାତି ୮ଟା ଯାଏ ଖୋଲିବ । ଗଳି ଦୋକାନ ଏହାସହ ଗୋଟି ଗୋଟି ଦୋକାନ ସବୁଦିନ ଖୋଲାରହିବ । ତେବେ ଦିଲ୍ଲୀର ୫୦% ପ୍ରତିଶତ ଲୋକଙ୍କୁ ନେଇ ମେଟ୍ରୋ ଟ୍ରେନ ଚଳାଚଳ କରିବ । ଘରୋଇ ଅଫିସ ଗୁଡିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here