ଆଜି ବିଶ୍ୱ ସାଇକେଲ ଦିବସ । ଏହି ଅବସରରେ ପୁରୀର ଶ୍ୱାଶତ ସାହୁ ଦିଆସିଲି କାଠିରେ ନିର୍ମାଣ କରିଛନ୍ତି ବାଇସାଇକେଲର ସୁନ୍ଦର ଆକୃତି । ୫୦ ଇଞ୍ଚ ଲମ୍ବ ଏବଂ ୨୫ ଇଞ୍ଚ ଚଉଡାର ସୁନ୍ଦର ସାଇକେଲ ତିଆରି କରି ସମାଜକୁ ଭିନ୍ନ ବାର୍ତ୍ତା ଦେଇଛନ୍ତି । ୩୬୫୩ ଦିଆସିଲି କାଠି ବ୍ୟବହାର କରିବା ସହିତ ୭ ଦିନରେ ଏହାକୁ ନିର୍ମାଣ କରିଛନ୍ତି । ପ୍ରତିବର୍ଷ ଜୁନ୍ ୩ ତାରିଖକୁ ସାଇକେଲ ଦିବସ ଭାବେ ପାଳନ କରାଯାଉଛି । ୨୦୧୮ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଆଜିର ଦିନକୁ ବିଶ୍ୱ ସାଇକେଲ ଦିବସ ଭାବେ ଘୋଷଣା କରାଯାଇଥିଲା । ଉତ୍ତମ ସ୍ୱାସ୍ଥ୍ୟ ଓ ନିଜକୁ ଫିଟ୍ ରଖିବାକୁ ସାଇକେଲ ଚାଳନା ଏକ ଭଲ ଅଭ୍ୟାସ ଭାବରେ ବିବେଚନା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ।କେବଳ ସ୍ୱାସ୍ଥ୍ୟ ନୁହେଁ ପରିବେଶ ସୁରକ୍ଷା କ୍ଷେତ୍ରରେ ମଧ୍ୟ ସାଇକେଲ ଚାଳନାର ଅନେକ ଗୁରୁତ୍ୱ ରହିଛି । ସାଇକେଲ ଚଳାଇବା ଦ୍ୱାରା ସ୍ୱାସ୍ଥ୍ୟପ୍ରତି ଏହାର ଅନେକ ଭଲ ପ୍ରଭାବ ପଡିଥାଏ । ଏହାସହିତ ହୃଦୟଜନିତ ରୋଗ , ମଧୁମେହ ରୋଗ,କର୍କଟ ରୋଗ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ୨୦୦ ବର୍ଷ ହେଲା ଲୋକେ ଏହାକୁ ବ୍ୟବହାର କରିଆସୁଛନ୍ତି । ପୂର୍ବ ତୁଳନାରେ ଏବେ ଅଧିକ ଲୋକପ୍ରିୟ ହୋଇଛି ସାଇକେଲ । ୧୮୦୦ ଶତାଦ୍ଦୀରେ ସାଇକେଲରେ ଉଦଭାବନ ହୋଇଥିଲା ।

LEAVE A REPLY

Please enter your comment!
Please enter your name here