ମହିଳାଙ୍କ ତୁଳନାରେ ପୁରୁଷ ହେଉଛନ୍ତି ଅଧିକ ସଙ୍କ୍ରମିତ । ବିଶେଷକରି ଏହି ଦ୍ୱିତୀୟ ଲହରରେ୧୫ରୁ ୪୪ ବର୍ଷ ବୟସ ବର୍ଗର ପୁରୁଷ ସର୍ବାଧିକ ଆକ୍ରାନ୍ତ ହେଉଛନ୍ତି । ମହିଳାଙ୍କ ରୋଗ ପ୍ରତିରୋଧକ ଶକ୍ତି ଅଧିକ ବୋଲି ବିଶେଷଜ୍ଞ କହିଛନ୍ତି । ଜୁନ୍ ୭ ପର୍ଯ୍ୟନ୍ତ ସଙ୍କ୍ରମିତ ଏବଂ ମୃତ୍ୟୁ ତଥ୍ୟକୁ ଦେଖିଲେ ଜଣାପଡୁଛି ଯେ, ମହିଳାଙ୍କ ତୁଳନାରେ ପୁରୁଷ ଅଧିକ ଆକ୍ରାନ୍ତ । ଜୁନ୍ ୭ ସୁଦ୍ଧା ମୋଟ୍ ୫ ଲକ୍ଷ ୩୦ ହଜାର ୧୦୩ ପୁରୁଷ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୨ ହଜାର ୩୦୨ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୨ ଲକ୍ଷ ୯୪ ହଜାର ୯୪୧ ଜଣ ମହିଳା କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୭୭୭ ଜଣ ମହିଳାଙ୍କର ମୃତ୍ୟୁ ହୋଇଛି । ୬୪ ପ୍ରତିଶତ ପୁରୁଷଙ୍କ ତୁଳନାରେ ୩୬ ପ୍ରତିଶତ ମହିଳା ସଙ୍କ୍ରମିତ ହେଉଛନ୍ତି । ସେହିପରି ୭୫ ପ୍ରତିଶତ ପୁରୁଷଙ୍କ ମୃତ୍ୟୁ ହୋଇଥିବାବେଳେ ୨୫ ପ୍ରତିଶତ ମହିଳାଙ୍କର ମୃତ୍ୟୁ ହୋଇଛି । ଜୀବିକା ପାଇଁ ପୁରୁଷମାନେ ବାହାରକୁ ଆସନ୍ତି । ମହିଳାମାନେ ଘରେ ରୁହନ୍ତି । ପୁରୁଷମାନେ ଅଧିକ ମୋଟାହେବା ସହ ଚାପଗ୍ରସ୍ତ ରୁହନ୍ତି । ପୁରୁଷମାନେ କମ ସଚେତନ ଥାଆନ୍ତି । ସେଥିପାଇଁ କରୋନାରେ ସେମାନେ ଆକ୍ରାନ୍ତ ହୋଇଥାନ୍ତି । ମହିଳା ଓ ପୁରୁଷଙ୍କ ଛଡା ଏଯାଏଁ ୬୬ ଜଣ ତୃତୀୟ ଲିଙ୍ଗ କରୋନାରେ ସଙ୍କ୍ରମିତ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍ ୩୦୮୦ ଜଣଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here