ଆଜିଠୁ ଖୋଲିବ ସ୍କୁଲ । ଅଫଲାଇନରେ ପାଠ ପଢିବା ପାଇଁ ସ୍କୁଲ ଆସିବେ କେବଳ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ । ଏନେଇ ସମସ୍ତ ପ୍ରସ୍ତୁତ ଶେଷ । ବିଦ୍ୟାଳୟ ଏବଂ ଗଣଶିକ୍ଷା ପକ୍ଷରୁ ଜାରି ହୋଇଥିବା ଏସଓପି ଆଧାରରେ ହେବ ଶ୍ରେଣୀଗୃହ ପାଠପଢା । ସ୍କୁଲ ଏବଂ ହଷ୍ଟେଲ ଗୃହରେ ସାମାଜିକ ଦୂରତା ବଜାୟ ଉପରେ ଗୁରୁତ୍ୱ ରହିଛି । ସ୍କୁଲ ଆସିବାକୁ ଅଭିଭାବକଙ୍କ ଅନୁମତି ମଧ୍ୟ ବାଧ୍ୟତାମୂଳକ । ସାମାଜିକ ଦୂରତା ରଖି ପିଲାଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀଙ୍କ ପାଇଁ ମାସ୍କ ଏବଂ ହାତ ସାନିଟାଇଜ୍ କରିବା ବାଧ୍ୟତାମୂଳକ ରହିଛି । ସ୍କୁଲ ଏବଂ ହଷ୍ଟେଲରେ ଆଇସୋଲେସନର ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀଙ୍କର ସାମାନ୍ୟ ଲକ୍ଷଣ ଦେଖାଦେଲେ ସେଠାରେ ରଖିବାକୁ ବ୍ୟବସ୍ଥା ହୋଇଛି ।

LEAVE A REPLY

Please enter your comment!
Please enter your name here