ଏବେ ଟିକେ ସଙ୍କ୍ରମଣରେ ଲଗାମ ଲାଗୁଛି । ଧିରେ ଧିରେ ଲକଡାଉନ୍ କଟକଣା ମଧ୍ୟ କୋହଳ ହେବାରେ ଲାଗିଲାଣି । ସେଥିପାଇଁ ଉଚ୍ଚଶିକ୍ଷା ବିଭାଗ ଜାରି କରିଛି ନୂଆ ନିର୍ଦ୍ଦେଶନାମା । ଏଣିକି କଲେଜ ଏବଂ ବିଶ୍ୱବିଦ୍ୟାଳୟ ଆସିବେ ସମସ୍ତ କର୍ମଚାରୀ । ଜୁଲାଇ ୬ ତାରିଖରୁ ସମସ୍ତ ଟିଚିଙ୍ଗ ଏବଂ ନନ ଟିଚିଙ୍ଗ ଷ୍ଟାଫ ଡିଗ୍ରୀ କଲେଜ ଏବଂ ବିଶ୍ୱବିଦ୍ୟାଳୟକୁ ଆସି କାମରେ ଯୋଗଦେବେ । ଏହି ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ । କରୋନା ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ଥିବାବେଳେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କେବଳ ଅଫିସିଆଲ କାମ କରାଯାଉଥିଲା । ହେଲେ ଆସନ୍ତାକାଲିଠାରୁ ସବୁ କର୍ମଚାରୀ କାମରେ ଯୋଗଦେବେ । କରୋନା କଟକଣା ମାନି ମାସ୍ମ ପିନ୍ଧି , ସାମାଜିକ ଦୂରତା ରକ୍ଷା କରି କାର୍ଯ୍ୟ କରିବେ ସମସ୍ତ କର୍ମଚାରୀ । କୋଭିଡର ସମସ୍ତ ଗାଇଡଲାଇନ ମାନିବାକୁ ଗୁରୁତ୍ୱ ଦିଆଯାଉଛି ।

LEAVE A REPLY

Please enter your comment!
Please enter your name here