କରୋନାର ଦ୍ୱିତୀୟ ଲହର ବି ସବୁ ଫିକା ପକାଇଦେଲା । ଏଥର ବି ଲକଡାଉନରେ କଟିବ ରଜ, ସାବିତ୍ରୀ । ରଜ ପାଳନ ହେବ କିନ୍ତୁ କଟକଣା ଭିତରେ । ପୂର୍ବବର୍ଷ ପରି ଏଥର ମଧ୍ୟ ରଜକୁ ଫିକା ପକାଇବ ଲକଡାଉନ୍ । ଗାଁ ମୁଣ୍ଡରେ ଝୁଲିବନି ରଜ ଦୋଳି , ରଜ ପାନର ମିଳିବନି ମଜା । ଘରେ ରହି ରଜ ପାଳନ କରିବେ ଲୋକେ । ରଜରେ ପାନ ଖାଇବାର ମଜା ସବୁଠୁ ନିଆରା ଥିବାବେଳେ ପୋଡ ପିଠାର ବାସ୍ନା ଘରେ ଘରେ ମହକେ । ଏଥିସହିତ କବାଡି ଖେଳର ମଜା ନିଅନ୍ତି ଯୁବଗୋଷ୍ଠୀ । ତେବେ ଲକଡାଉନ୍ କାରଣରୁ ଫିକା ପଡିବ ରଜ ମଉଜ । ସହରରେ ମଧ୍ୟ ଫିକା ପଡିବ ରଜ ମଉଜ । ରାଜଧାନୀର ଛକ ଛକରେ ଦେଖିବାକୁ ମିଳିବନି ରଜ ପାନ ଷ୍ଟଲ କି ସିନେମା ହଲ ଆଗରେ ଲମ୍ବା ଲାଇନ୍ । ରଜ ଉତ୍ସବକୁ ଗାଁରେ ଗାଁରେ ବେଶ ଧୂମଧାମରେ ପାଳନ କରାଯାଏ । ଆସନ୍ତା ଜୁନ୍ ୧୪ରେ ପହିଲି ରଜ , ଜୁନ୍ ୧୫ରେ ରଜ ସଙ୍କ୍ରାନ୍ତି, ୧୬ରେ ଶେଷ ରଜ ପଡୁଥିବାବେଳେ ଏହି ସମୟରେ ଲକଡାଉନ୍ ଜାରି କରାଯାଇଛି । ବଢୁଥିବା ସଙ୍କ୍ରମଣକୁ ଆଖି ଆଗରେ ରଖି ଲକଡାଉନ୍ ଅବଧି ବଢାଇଛନ୍ତି ରାଜ୍ୟ ସରକାର । ଗତବର୍ଷ ମଧ୍ୟ ରଜକୁ ଫିକା ପକାଇଥିଲା କରୋନା ।

LEAVE A REPLY

Please enter your comment!
Please enter your name here