ସାମାନ୍ୟ ବଚସାରୁ ଜୀବନ ନେଇଗଲେ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ନୂଆ ସାହିରୁ ଆସିଛି ଜଘନ୍ୟ ହତ୍ୟାକାଣ୍ଡ । ବିଜେପିର ବାଲେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚାର ପ୍ରଭାରୀ ରଞ୍ଜିତ ପ୍ରଧାନଙ୍କୁ ବାଡେଇ ବାଡେଇ ମାରି ଦେଇଥିବାର ଅଭିଯୋଗ ହେଉଛି । ଗାଡି ସାଇଡ ମାରିବାକୁ କେନ୍ଦ୍ର କରି ବିଚ୍ ରାସ୍ତାରେ ରଞ୍ଜିତଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଦୁବୃର୍ତ୍ତ । ନୂଆସାହିରେ ରଞ୍ଜିତଙ୍କର ଶଶୁର ଘର ପାଖରେ ଗାଡି ସାଇଡମରାକୁ କେନ୍ଦ୍ର କରି ଗଣ୍ଡୋଗୋଳ ହୋଇଥିଲା । ୪ ଜଣ ଯୁବକ ରଞ୍ଜିତଙ୍କୁ ଘୋଷାଡି ଆଣି ନିସ୍ତୁକ ମାଡ ମାରିଥିଲେ । ଫଳରେ ସେ ଗୁରୁତ୍ତର ହୋଇପଡିଥିଲେ । ତେବେ ଗୁରୁତ୍ତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ କପ୍ତିପଦାରେ ଲିଖିତ ଅଭିଯୋଗ ପରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here