ବିପର୍ଯ୍ୟୟ ପରିଚାଳନାରେ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଶ୍ବସ୍ତରୀୟ ସଂଗଠନରୁ ପ୍ରଶଂସା ମିଳିଛି । ୟୁଏନଡିଆରଆର ମୁଖ୍ୟ ମାମି ମିଜୌତୋରି ମୁଖ୍ୟମନ୍ତ୍ରୀଙ୍କ ଦକ୍ଷ ନେତୃତ୍ବକୁ ପ୍ରଶଂସା କରିଛନ୍ତି । ଓଡିଶାର ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ମଡେଲକୁ ସେ ପ୍ରଶଂସା କରିବା ସହ 1999 ସୁପର ସାଇକ୍ଲନରୁ ଓଡିଶା ବହୁତ କିଛି ଶିକ୍ଷା ଲାଭ କରିଛି ବୋଲି କହିଛନ୍ତି । ବିଶ୍ବସ୍ତରୀୟ ମେକାନିଜମ ଓ ଫ୍ରେମଓ୍ବାର୍କ ନେଇ ମଧ୍ୟ ୟୁଏନଡିଆରଆର ପ୍ରଶଂସା କରିଛି । ସେହିପରି ଭୂବିଜ୍ଞାନ ସଚିବ ମାଧବନ ରାଜୀବନ୍ ମଧ୍ୟ ଟ୍ବିଟ କରି ସଫଳତାର ସହ ବିପର୍ଯ୍ୟୟ ମୁକାବିଲା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟୟାଳୟ ପକ୍ଷରୁ ବିଶ୍ବସ୍ତୀୟ ପ୍ରଶଂସା ସଂପର୍କରେ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here