ଇଏ ଅପହରଣ ନୁହେଁ ନିଶା ନିବାରଣ କେନ୍ଦ୍ରରୁ ପଳାଇ ଆସିଥିଲେ ଯୁବକ । ଏବଂ କିଛି ଲୋକ ଯୁବକଙ୍କୁ ଜୋର ଜବରଦସ୍ତ ନେଉଛନ୍ତି । ଗତକାଲି ଅପରାହ୍ନରେ ରାଜଧାନୀ ଭୁବନେଶ୍ୱର ଡେଲ୍ଟା ଛକରେ ଏକ କାରରେ ଜଣେ ଯୁବକଙ୍କୁ କିଛି ଲୋକ ଅପହରଣ କରିନେଇଥିବା ଅଭିଯୋଗ ହୋଇଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଭୁବନେଶ୍ୱର ଡେଲ୍ଟା ଛକରୁ ଯୁବକକୁ ଅପହରଣ ଅଭିଯୋଗ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି । ଅପହରଣ ଅଭିଯୋଗ ଘଟଣାର ମାତ୍ର କେଇ ଘଣ୍ଟା ମଧ୍ୟରେ ତଦନ୍ତ କରି ପୋଲିସ କହିଛି ଯେ, ନିଶା ନିବାରଣ କେନ୍ଦ୍ରରୁ ପଳାଇ ଆସିଥିବା ଯୁବକଙ୍କୁ ଠାବ କରାଯାଇଛି । ତେବେ ନିଶା ନିବାରଣ କେନ୍ଦ୍ରର ଅନ୍ୟ ସବୁ ଦିଗକୁ ତଦନ୍ତ କରାଯାଉଥିବା ଟୁଇଟ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି । ୫ ଜଣ ଲୋକ ମିଶି ଜଣେ ଯୁବକଙ୍କୁ ଜୋର ଜବରଦସ୍ତ କାରରେ ନେଇ ପଳାଇଥିଲେ । ଅଭିଯୋଗ ପରେ ଖଣ୍ଡଗିରୀ ପୋଲିସ ଏବଂ ସ୍ପେଶାଲ ସ୍କ୍ୱାଡ ତଦନ୍ତର ଦାୟିତ୍ୱ ନେଇଥିଲେ ।

LEAVE A REPLY

Please enter your comment!
Please enter your name here