ମଙ୍ଗରାଜପୁର ଗାଁ ଉପରେ କେବେ ପଡିବ ସରକାରଙ୍କ ନଜର
ମଙ୍ଗରାଜପୁର ପାଇଁ ମହାଲଢେଇ । ଦୀର୍ଘ ଦିନ ଧରି ଲଢେଇ ପରେ ଆଜି ରାସ୍ତାକୁ ଓହ୍ଲାଇଛନ୍ତି ଗାଁ ଲୋକେ । ଗାଁ ଭିତରକୁ ଗଲେ ଆପଣ ଯୁଆଡେ ଚାହିଁବେ କେବଳ ଭଙ୍ଗା ଚାଳଘର । କେଉଁ ଘରର କାନ୍ଥ ଫାଟି ଆଁ କରିଛି ତ ପୁଣି କେଉଁଘରେ ପଲିଥିନ ଘୋଡା ହୋଇଛି । ବାତ୍ୟା ନାଁ ଶୁଣିଲେ ତ ଏମାନଙ୍କ ମନରେ ଛନକା ପଶେ । ଏଇ ଏବେ ଏବେ ଯାଇଥିବା ବାତ୍ୟା ୟାଶ ପାଇଁ ଯେତେବେଳେ ପୋଲିସ ଘର ଖାଲି କରିବାକୁ ଆସିିିଥିଲା, ସେତେବେଳେ ଏହି ନୀରିହ ଗରିବ ଶ୍ରେଣୀର ଲୋକେ ପୋଲିସ ଉପରେ ଅଭିମାନ କରିଥିଲେ । ଘର ଛାଡିବାକୁ ରାଜି ହୋଇନଥିଲେ । ଦର୍ଶକବନ୍ଧୁ ଏ ସମସ୍ୟା ଏମାନଙ୍କର ଆଜି କି କାଲିର ନୁହେଁ ୧୯୯୯ ମସିହାରୁ ଏମାନେ ଏମିତି କଲବଲ ହେଉଛନ୍ତି । ସରକାର ଭୋଟ ମାଗିବାକୁ ଆସି ପ୍ରତିଶ୍ରୁତି ଦେଉଛନ୍ତି, ତାପରେ କାହାର ଦେଖା ମିଳୁନି କି ଆମ ଗୁହାରି କାହା ପାଖରେ ପହଁଞ୍ଚୁନି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ।କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଳକ ସଡଙ୍ଗପଞ୍ଚାୟତର ମଙ୍ଗରାଜପୁର ଗାଁ । ଗାଁର ଦେହୁରୀ ସାହିରେ ବାସ କରନ୍ତି ୮୦ରୁ ଉର୍ଦ୍ଧ ପରିବାର । ଜୀବିକା କହିଲେ ପରର ମୁଲ ଲାଗି ଏମାନେ ପେଟ ପୋଷନ୍ତି । କିନ୍ତୁ ଏମାନଙ୍କ ଚାଳ ଛପର ଘର ବର୍ଷ ବର୍ଷ ଧରି କୋଠା ଘରରେ ପରିଣତ ହୋଇପାରୁନି । ନା ମିଳିପାରୁଛି ଇନ୍ଦିରା ଆବାସ, ନା ବିଜୁ ପକ୍କା ଘର । ସରକାରୀ ଯୋଜନା ଏମାନଙ୍କ ପାଇଁ ସାତ ସପନ । ସରକାରୀ ନଥିରେ ତଥ୍ୟଗତ ତ୍ରୁଟି ପାଇଁ ଗାଁ ଲୋକେ ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେବେ କଣ ପାଇ

LEAVE A REPLY

Please enter your comment!
Please enter your name here