ଦାୟିତ୍ୱ ନେବା ପରେ ମନ୍ତ୍ରାଳୟର କାର୍ଯ୍ୟକରିବାରଶୈଳୀ ବଦଳାଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମନ୍ତ୍ରୀଙ୍କ ଅଫିସରେ ୨ଟି ସିଫ୍ଟରେ କାମ ହେବ । ପ୍ରଥମ ସିଫ୍ଟରେ ଆସୁଥିବା ଅଧିକାରୀ ଏବଂ କର୍ମଚାରୀମାନେ ସକାଳ ୭ଟାରୁ ୪ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବେ । ଦ୍ୱିତୀୟ ସିଫ୍ଟରେ ଅପରାହ୍ନ ୩ଟାରେ ଆରମ୍ଭ ହୋଇ ରାତି ୧୨ଟାରେ ଶେଷ ହେବ । ଏହି ନିୟମ ରେଳ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପାଇଁ ଲାଗୁ ହୋଇଛି । ତେବେ ଏନେଇ ଆଦେଶ ତୁରନ୍ତ କାର୍ଯ୍ୟକାରୀ ପାଇଁ ରେଲୱେ ଡିଜିଙ୍କ ପକ୍ଷରୁ ନୋଟିସ ଦିଆଯାଇଛି । ଚୁକ୍ତିଭିତ୍ତିକ କର୍ମଚାରୀ ଏବଂ ଅନ୍ୟ ରେଲୱେ ଷ୍ଟାଫଙ୍କ ପାଇଁ ଏହି ନୂଆ ନିୟମ ଲାଗୁ ହେବନାହିଁ । ଗତକାଲି ରେଳମନ୍ତ୍ରୀଭାବରେ ଦାୟିତ୍ୱ ନେଇଥିଲେ ଅଶ୍ୱିନୀ ବୈଷ୍ଣବ ।

LEAVE A REPLY

Please enter your comment!
Please enter your name here