ଆମେମାନେ ଦେଖିଛେ ଯେ ,ପରିଣତ ବୟସରେ ଅଧିକାଂଶ ବୃଦ୍ଧବୃଦ୍ଧା ବେଡରୁ ଉଠିପାରନ୍ତି ନାହିଁ । କି ବେଶି ବାଟ ଚାଲି ପାରନ୍ତି ନାହିଁ । ସେମାନଙ୍କୁ ଧରି ନେବା ଆଣିବା କରିବାକୁ ପଡିଥାଏ । ହେଲେ ବାରଣାସୀର ଜଣେ ୧୨୫ ବର୍ଷୀୟ ବୃଦ୍ଧ ବିନା କାହା ସାହର୍ଯ୍ୟରେ ପୁରା ଫିଟ୍ । ଏବଂ ସେ ନିଜେ ଯାଇ ଭ୍ୟାକସିନ ସେଣ୍ଟରରେ ଟିକା ନେଇଛନ୍ତି । କୋରୋନାକୁ ନେଇ ମନରେ ଭୟ ନାହିଁ ବରଂ ସରକାରଙ୍କ ନିୟମ ମାନି ଏକା ଏକା ଆସିଛନ୍ତି ଟିକାକରଣ କେନ୍ଦ୍ର । ଆଉ ପ୍ରଥମ ଡୋଜ ଭ୍ୟାକ୍ସିନ ନେଇଛନ୍ତି । ଯାହାକୁ ନେଇ ଏବେ ବେଶ ଚର୍ଚ୍ଚା… ସ୍ୱାମୀ ଶିବାନନ୍ଦ ବୁଧବାର ଦୁର୍ଗା କୁଣ୍ଡର ଏକ ଭ୍ୟାକସିନ ସେଣ୍ଟରକୁ ଯାଇ ଯେତେବେଳେ ତାଙ୍କ ଆଧାର କାର୍ଡ ଦେଖାଇଲେ । ସମସ୍ତ ମେଡିକାଲ ଷ୍ଟାପ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାହିଁକି ନା ଶିବାନନ୍ଦଙ୍କ ଆଧାରକାର୍ଡରେ ଜନ୍ମ ତାରିଖ ୮ ଅଗଷ୍ଟ ୧୮୯୬ । ଅର୍ଥାତ୍ ସିବାନନ୍ଦଙ୍କୁ ଏବେ ୧୨୫ ବର୍ଷ । ବୟସର ଅପରାହ୍ନରେ ବି ସେ ପୁରା ଫିଟ୍ ଅଛନ୍ତି । ଆଉ ଏହାର ରହସ୍ୟ ସେ କୁହନ୍ତି ସରଳ ଖାଦ୍ୟ ଓ ନିୟମିତ ଜୀବନ । ଅର୍ଥାତ ସେ ପ୍ରତ୍ୟେକ ଦିନ ସକାଳ ୩ ଟାରେ ଉଠିଥାନ୍ତି । ଏହାପରେ ଯୋଗ କରିଥାନ୍ତି । ପ୍ରତିଦିନ କମ୍ ତେଲ ମସଲାରେ ତିଆରି ସରଳ ଖାଦ୍ୟ ଖାଇଥାନ୍ତି । ଆଉ ଏ ବୟସରେ ବି ନିଜର ସମସ୍ତ କାର୍ଯ୍ୟ ନିଜେ କରନ୍ତି ।

LEAVE A REPLY

Please enter your comment!
Please enter your name here