ଆସନ୍ତା ୧୨ ତାରିଖରୁ ଯୁକ୍ତ ଦୁଇ ପାଇଁ ଆବେଦନ ଆରମ୍ଭ ହେବ । ସାମସ୍ ପୋର୍ଟାଲରେ ଛାତ୍ରଛାତ୍ରୀମାନେ ଆବେଦନ କରିବେ । ଆଜି ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । କଳାରେ ସିଟ୍ ବୃଦ୍ଧି ପାଇଁ ୪୦.୦୦୦ ଆବେଦନ ଆସିଥିଲା । ୩୮,୦୦୦ ସିଟ୍ ବୃଦ୍ଧି ପାଇଁ ଅନୁମତି ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି । ବିଗ୍ୟାନରେ ସିଟ୍ ବୃଦ୍ଧି ପାଇଁ ୨୫,୦୦୦ ଆବେଦନ ଆସିଥିଲା । ସେଥିରୁ ୧୩,୦୦୦ ପାଇଁ ଅନୁମତି ଦିଆଯାଇଛି । ସେହିପରି ବାଣିଜ୍ୟରେ ୪୦୦୦ ଆବେଦନରୁ ୩୯୦୦ ସିଟକୁ ଅନୁମତି ଦିଆଯାଇଛି । ତେବେ କରୋନା ପାଇଁ କୌଣସି ଆଡମିଶନ ଫି ବୃଦ୍ଧି ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here