ଜୁଲାଇ ୧ରେ ପାଳନ ହେଉଛି ଜାତୀୟ ଡାକ୍ତର ଦିବସ । ଦ୍ୱିତୀୟ ଭଗବାନ ବୋଲି ଆମେ ଡାକ୍ତରଙ୍କୁ କହିଥାଉ । ଏବଂ ସେମାନଙ୍କ ପାଇଁ ଆଜି ପ୍ରତ୍ୟେକଟି ଜୀବନ ବଞ୍ଚିପାରିଛି । ମହାମାରୀ ସମୟରେ ଯେତେବେଳେ ସମସ୍ତେ ଘରେ ତାଟି , କବାଟ ଦେଇ ରହୁଛନ୍ତି , ସେତେବେଳେ ଡାକ୍ତରମାନେ ନିଜର ଜୀବନକୁ ବାଜି ଲଗାଇ ରୋଗୀଙ୍କ ସେବାରେ ଲାଗିଛନ୍ତି । ଅଦୃଶ୍ୟ ଶକ୍ତି ସହ ଲଢେଇ ଜାରି ରଖିଛନ୍ତି । ରୋଗୀ ସେବା ସେମାନଙ୍କ ଧର୍ମ, କର୍ମ । ମହାମାରୀ କରୋନା ସମୟରେ ଏବେ କିନ୍ତୁ ସଙ୍କଟରେ ଡାକ୍ତର । ବର୍ତ୍ତମାନ ସୁଦ୍ଧା ୧୫୦୦ରୁ ଅଧିକ ଡାକ୍ତରଙ୍କ ଜୀବନ ନେଲାଣି ଏହି ମହାମାରୀ । କେବଳ ଦ୍ୱିତୀୟ ଲହରୀରେ ୮୦୦ ଡାକ୍ତରଙ୍କ ମୃତ୍ୟୁ ହେଲାଣି । ଜାତୀୟ ଡାକ୍ତର ଦିବସରେ ଆଇଏମଏ ଦେଇଛି ଚିନ୍ତାଜନକ ତଥ୍ୟ । ବିହାର ଏବଂ ଦିଲ୍ଲୀରେ ଅଧିକ ଡାକ୍ତର ପ୍ରାଣ ହରାଇଛନ୍ତି । ପ୍ରତ୍ୟେକ ଡାକ୍ତରଙ୍କୁ ଆମର ସଲାମ୍ ।

ଡାକ୍ତର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଡାକ୍ତର ହେଉଛନ୍ତି ଦ୍ବିତୀୟ ଇଶ୍ବର । ମହାମାରୀ କରୋନା ବେଳେ ନିଜ ଜୀବନକୁ ବାଜି ଲଗାଇ ଦିନରାତି ପରିଶ୍ରମ କରି ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ଡାକ୍ତରମାନଙ୍କ ସେବା ପ୍ରଶଂସନୀୟ । ଦେଶବାସୀଙ୍କ ପକ୍ଷରୁ ସେ ଡାକ୍ତରଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here