ଟୋକିଓ ଅଲିମ୍ପିକ୍ସରେ ଗ୍ରେଟ ବିଟେନ ଠାରୁ ୪-୩ ଗୋଲରେ ପରାସ୍ତ ହୋଇଛି ମହିଳା ହକି ଟିମ୍ । ଶେଷ ପର୍ଯ୍ୟନ୍ତ ମ୍ୟାଚ୍ ଯଦିଓ କଡା ଟକ୍କର ଥିଲା ତଥାପି ଆଶା ଥିଲା ଏଥର ନିଶ୍ଚିିତ ବୋଞ୍ଜ ପଦକ ହାତେଇବ ମହିଳା ହକି । କିନ୍ତୁ କଡ଼ା ମୁକାବିଲା ସତ୍ତ୍ୱେ ପରାଜିତ ହେଲା ଭାରତୀୟ ମହିଳା ହକି ଦ । ପ୍ରଥମ କ୍ୱାର୍ଟରରେ ମ୍ୟାଚ୍ ୦-୦ ଗୋଲରେ ସ୍ଥିତି ବରାବର ରହିଥିଲା । ଦ୍ୱତୀୟ କ୍ୱାର୍ଟର ପ୍ରଥମାର୍ଦ୍ଧରେ ଗ୍ରେଟ ବ୍ରିଟେନ ୨ଟି ଗୋଲ କରି ଆଗୁଆ ରହିଥିବା ବେଳେ ଜବରଦସ୍ତ କମବ୍ୟାକ୍ କରିଥିଲା ଭାରତୀୟ ଦଳ । ଗୁରଜୁତ କୌର ଲଗାତାର ୨ଟି ଗୋଲ ସ୍କୋ କରିଥିବା ବେଳେ ବନ୍ଦନା କଟାରିଆଙ୍କ ଆଉ ୧ ଗୋଲ କରି ମ୍ୟାଚ୍‌ରେ ଆଗୁଆ ରହିଥିଲେ । କିନ୍ତୁ ପୁଣି ଗ୍ରେଟ ବ୍ରିଟେନ ଆଉ ୨ଟି ଗୋଲ କରିବା ସହ ମ୍ୟାଚ୍‌ରେ ଆଗୁଆ ରହିଥିଲା । ଏବଂ ଶେଷ ପର‌୍ୟ୍ୟନ୍ତ ସମାନ ସ୍କୋର ବଜାୟୀ ରଖିବା ସହ ବିଜୟୀ ହୋଇଥିଲା ଗ୍ରେଟ ବ୍ରିଟେନ୍ । ଟୋକିଓ ଅଲିମ୍ପିକ୍ସରେ ମହିଳା ହକି ଟିମର ପ୍ରଦର୍ଶନ ନୂଆ ଭାରତ ପାଇଁ ଆଗକୁ ବାଟ ଦେଖାଇବ । ଆଗାମୀ ଦିନରେ ଆହୁରି ସଫଳତା ହାସଲ କରିବ ମହିଳା ଟିମ୍ । ନୂଅ ଯୁବବିଢୀଙ୍କୁ ପ୍ରେରଣା ଯୋଗାଇବ ବୋଲି ଟୁଚଇଟ୍ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହିଳା ହକି ଟିମ୍ ଦେଶ ପାଇଁ ଗର୍ବ ଗୌରବ ବୋଲି କହିଛନ୍ତି ମୋଦି । ସେହିଭଳି ମୁଖ୍ୟମନ୍ତ୍ରୀ ମଧ୍ୟ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here