କରୋନା ମହାମାରୀରେ କ୍ଲାସରୁମ୍ ପାଠପଢା ହୋଇପାରୁନାହିଁ । ଆଜିଠୁ ଆରମ୍ଭ ହୋଇଛି ୟୁଟ୍ୟୁବରେ ପାଠପଢା । ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ପିଲାଙ୍କୁ ୟୁଟ୍ୟୁବରେ ଶିକ୍ଷାଦାନ ଲାଗି ଯୋଜନା ପ୍ରସ୍ତୁତ ହୋଇଛି । କେଉଁଦିନ କେଉଁ ବିଷୟରେ ପାଠପଢା ହେବ ସେନେଇ ପ୍ରକାଶ ପାଇଛି ରୁଟିନ୍ । ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠପଢା ଜୁଲାଇ ୩୧ ଯାଏଁ ଚାଲିବ । ସୋମବାରରୁ ଶୁକ୍ରବାର ସକାଳ ୧୦ଟା ୪୫ରୁ ଅପରାହ୍ନ ୧ଟା ଯାଏ ଦିନକୁ ୪ଟି ପରିୟଡ ହେବ । ସେହିପରି ଜୁଲାଇ ୭ ତାରିଖ ଯାଏ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀଙ୍କର ପାଠପଢା ହେବ । ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢା ସକାଳ ୯ଟାରୁ ୧୦ଟା ପର୍ଯ୍ୟନ୍ତ ଏବଂ ଚତୁର୍ଥରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ଲାଗି ସକାଳ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ହେବ । ୟୁଟ୍ୟୁବରେ ଯେଉଁ ବିଷୟ ପଢାଯିବ ତାହା ବିଦ୍ୟାଳୟର ସମ୍ପୃକ୍ତ ବିଷୟର ଶିକ୍ଷକ ଦେଖିବେ । ଏବଂ ଛାତ୍ରଛାତ୍ରୀଙ୍କ ମନରେ ଥିବା ଦ୍ୱନ୍ଦକୁ ଭଏସ କଲ ମାଧ୍ୟମରେ ଦୂର କରିବେ ।

LEAVE A REPLY

Please enter your comment!
Please enter your name here