ଟୋକିଓ ଅଲିମ୍ପିକ୍ସରେ ଭାରତ ଆଶାନୂରୁପ ପଦକ ହାସଲ କରିବାରେ ବିଫଳ ହୋଇଛି । ଅଗଷ୍ଟ 7 ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ, ଏପର୍ଯ୍ୟନ୍ତ ମିଳିଥିବା ପଦକ ତାଲିକାରେ ମୋଟ୍ ୮୪ ପଦକ ପାଇ ଚୀନ ଶୀର୍ଷରେ ରହିଛି । ଚୀନ ୩୮ଟି ସ୍ୱର୍ଣ୍ଣ ପଦକ, ୨୯ଟି ରୌପ୍ୟ, ୧୭ଟି ବୋଞ୍ଜ ପଦକ ପାଇଥିବାବେଳେ ୩୪ ଟି ସ୍ୱର୍ଣ୍ଣ , ୩୬ଟି ରୌପ୍ୟ, ୩୨ଟି ବ୍ରୋଞ୍ଜ ପଦକ ପାଇ ଯୁକ୍ତରାଷ୍ଟ୍ର ଆମେରିକା ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ଜାପାନକୁ ୨୪ଟି ସ୍ୱର୍ଣ୍ଣ, ୧୨ଟି ରୌପ୍ୟ, ୧୬ଟି ବ୍ରୋଞ୍ଜ ମେଡାଲ ମିଳିଛି । ଗ୍ରେଟ ବିଟେନକୁ ୧୯ଟି ସ୍ୱର୍ଣ୍ଣ, ୨୧ଟି ରୌପ୍ୟ , ୨୧ ଟି ବ୍ରୋଞ୍ଜ ମେଡାଲ ମିଳିଛି । ପଦକ ତାଲିକାରେ ବହୁ ପଛରେ ରହିଛି ଭାରତ । ବହୁ ଛୋଟ ଛୋଟ ଦେଶ ସ୍ବର୍ଣ୍ଣ ପଦକ ପାଇ ତାଲିକାର ଆଗରେ ରହିଥିବା ବେଳେ ଭାରତ 66 ନମ୍ବରରେ ରହିଥିଲା । ମାତ୍ର ଆଜି ଅପରାହ୍ନରେ ଜାଭଲିନ ଥ୍ରୋରେ ନୀରଜ ଚୋପ୍ରାଙ୍କ ସ୍ୱର୍ଣ୍ଣ ପଦକ ହାସଲ ଦେଶ ପାଇଁ ନୂଆ ଇତିହାସ ସୃଷ୍ଟି କରିଛି । ଭାରତ ଗୋଟିଏ ସ୍ବର୍ଣ୍ଣ ପଦକ ପାଇଥିବା ବେଳେ ୨ଟି ରୌପ୍ୟ , 4ଟି ବ୍ରୋଞ୍ଜ ପଦକ ପାଇଁ ପଦକ ତାଲିକାରେ 66 ନମ୍ବରରୁ 47 ନମ୍ବରକୁ ଉନ୍ନୀତ ହୋଇଛି । ପ୍ରଥମ ସ୍ବର୍ଣ୍ଣ ପଦକ ହାସଲ ସମଗ୍ର ଦେଶରେ ଖୁସିର ଲହରୀ ଖେଳାଇ ଦେଇଛି ।

LEAVE A REPLY

Please enter your comment!
Please enter your name here