ଏଟିଏମରୁ କ୍ୟାସ୍ ଉଠାଣ ନିମୟରେ ପରିବର୍ତ୍ତନ କରିଛି ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ । ଗତ ଗୁରୁବାର ଏଟିଏମ୍ ଟ୍ରାନଜାକ୍ସନ ସହ ଜଡ଼ିତ ନିୟମରେ ପରିବର୍ତ୍ତନ କରିବାକୁ ଅନୁମତି ଦିଆଯାଇଛି । ଏବେ ଜାନୁୟାରୀ ୨୦୨୨ରୁ ନିର୍ଦ୍ଧାରିତ ଲିମିଟରୁ ଅଧିକ ଥର ଟଙ୍କା ବାହାର କଲେ ଗ୍ରାହକଙ୍କୁ ପ୍ରତି ଟ୍ରାନଜାକ୍ସନ ୨୦ ଟଙ୍କା ବଦଳରେ ୨୧ ଟଙ୍କା ଦେବାକୁ ପଡ଼ିବ । ତେବେ ପ୍ରତି ମାସ ଗ୍ରାହକମାନଙ୍କ ପାଇଁ ପାଞ୍ଚଟି ମାଗଣା ଟ୍ରାନଜାକ୍ସନ ସୁବିଧା (ଆର୍ଥିକ ଏବଂ ଅଣ-ଆର୍ଥିକ କାରବାର ସମେତ) ଜାରି ରହିବ ବୋଲି କହିଛି ଆରବିଆଇ । ମେଟ୍ରୋ ସହରରେ ଅନ୍ୟ ବ୍ୟାଙ୍କ ଏଟିଏମରୁ ତିନି ଏବଂ ଅଣ-ମେଟ୍ରୋ ସହରରେ ପାଞ୍ଚଟି ମାଗଣା ଟ୍ରାନଜାକ୍ସନ କରିହେବ । ଏହା ବ୍ୟତୀତ ଏଟିଏମ୍ ଟ୍ରାନଜାକ୍ସନର ଇଣ୍ଟରଚେଞ୍ଜର ଫିସ୍ ପ୍ରତ୍ୟେକ ଆର୍ଥିକ କାରବାର ପାଇଁ ୧୫ ଟଙ୍କାରୁ ୧୭ ଟଙ୍କା ଏବଂ ଅଣ-ଆର୍ଥିକ କାରବାର ପାଇଁ ୫ ଟଙ୍କାରୁ ୬ ଟଙ୍କା ବୃଦ୍ଧିକୁ ଅନୁମତି ଦିଆଯାଇଛି। ଜୁନ ୨୦୧୯ରେ ଇଣ୍ଡିଆନ୍ ବ୍ୟାଙ୍କ୍ ଆସୋସିଏସନ୍ ପ୍ରମୁଖଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିଲା । କମିଟିର ସୁପାରିଶ୍ ଆଧାରରେ ଏହି ପରିବର୍ତ୍ତନ କରାଯାଇଛି । ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଅନୁସାରେ କମିଟି ର ସୁପାରିଶ୍ ଉପରେ ଅନକେ ବିଚାର କରାଗଲା । ଏହାପୂର୍ବରୁ ୨୦୧୨ରେ ଏଟିଏମ ଟ୍ରାନଜାକ୍ସନ ଇଣ୍ଟରଚେଞ୍ଜ ଫିସରେ ପରିବର୍ତ୍ତନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here