ସଇତାନ ସାଜିଲା ପ୍ରେମିକ । ୨୦୧୫ରୁ ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କ ରହିଥିଲା । ଯେତେବେଳେ ବାହା ହେବାକୁ ପ୍ରେମିକା ଜିଦ୍ କଲା ସେତେବେଳେ ନିଆଁ ଲଗାଇ ଜୀଅନ୍ତା ଜାଳିଦେଲା ପ୍ରେମିକ । ଘଟଣାରେ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ପୋଲିସ । ମଙ୍ଗଳବାର ଗଞ୍ଜାମ ପୁରୁଷୋତ୍ତମପୁର ଥାନ୍ତ ଅନ୍ତର୍ଗତ ପ୍ରତାପପୁରରେ ଘଟିଛି ଏମିତି ହୃଦୟଥରା ଘଟଣା । ପ୍ରତାପପୁର ଗାଁରେ ଥିବା ଏକ ପରିତ୍ୟକ୍ତ ଘରେ ଉଭୟ ପ୍ରେମୀ ଯୁଗଳ କଥା ହେଉଥିଲେ । କିନ୍ତୁ ବିବାହକୁ ନେଇ ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ଯୁବତୀଙ୍କ ଉପରକୁ ସ୍ପିରିଟ୍ ଫିଙ୍ଗିଥିଲେ । ଘରେ ଭିତରେ ପ୍ରେମିକା ଜଳୁଥିବାବେଳେ ବାହାରପଟୁ କବାଟରେ ତାଲା ପକାଇ ଫେରାର ହୋଇଯାଇଥିଲା ସଇତାନ ପ୍ରେମିକ । ଯୁବତୀଙ୍କ ଶରୀରର ପ୍ରାୟ ୮୦ରୁ ୯୦ ପ୍ରତିଶତ ପୋଡି ଯାଇଥିଲା । ଗୁରୁତ୍ତର ଅବସ୍ଥାରେ ଯୁବତୀଙ୍କୁ ପ୍ରଥମେ ପୁରୁଷୋତ୍ତମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଚିକତ୍ସାଧିନ ଅବସ୍ଥାରେ ଯୁବତୀଙ୍କର ଦେହାନ୍ତ ହୋଇଛି । ସେପଟେ ଗିରଫ ହେବାପରେ ସବୁ ଅଭିଯୋଗକୁ ଅସ୍ୱିକାର କରିଛି ପ୍ରେମିକ । ଆମ ଭିତରେ ପ୍ରେମ ସମ୍ପର୍କ ଥିଲା କିନ୍ତୁ ଘଟଣା ସମ୍ପର୍କରେ ସେ କିଛି ଜାଣିନଥିବା କହିଛି ।

LEAVE A REPLY

Please enter your comment!
Please enter your name here