ଶେଷରେ ଜେଲରୁ ମୁକୁଳିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଠକେଇ ଅଭିଯୋଗରେ ଜେଲରେ ଥିବା ପ୍ରଦୀପ ପାଣିଗ୍ରାହୀ ଆଜି ଝାରପଡା ଜେଲରୁ ମୁକ୍ତ ହୋଇଛନ୍ତି । ପୂର୍ବରୁ ପାଞ୍ଚଟି ମାମଲାରେ ସେ ଜାମିନ ପାଇଥିବା ବେଳେ ଗତକାଲି ଷଷ୍ଠ ମାମଲାରେ ତାଙ୍କୁ ଜାମିନ ମିଳିଥିଲା । ଡିସେମ୍ବର 3 ତାରିଖରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରା଼ଞ୍ଚ ଗିରଫ କରିଥିଲା । ତାଙ୍କ ବିରୋଧରେ ଠକେଇ ଅଭିଯୋଗ ଓ ଆୟ ବର୍ହିଭୁତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ରହିଥିଲା । ଟାଟା କଂପାନୀରେ ଚାକିରୀ କରାଇଦେବା କହି ସେ ବହୁ ଯୁବକଙ୍କ ଠାରୁ ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା ।

LEAVE A REPLY

Please enter your comment!
Please enter your name here