ମହିଳା ସାଂସଦଙ୍କୁ ଦୁର୍ବ୍ୟବହାର । ସଂସଦକୁ ସ୍ଥଗିତ ରଖିଦେବାକୁ ନେଇ ତାତିଲେ ବିରୋଧୀ । କେନ୍ଦ୍ର ସରକାରଙ୍କ ବିରୋଧରେ ମେଳି ହୋଇ ଶକ୍ତି ପ୍ରଦର୍ଶନ କରିଛନ୍ତି । ସଂସଦରୁ ବିଜୟ ଚୌକ ପର୍ଯ୍ୟନ୍ତ ମାର୍ଚ୍ଚ କରିଛନ୍ତି ବିରୋଧୀ । ସଂସଦ ମାର୍ଚ୍ଚରେ ସାମିଲ ହୋଇଥିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । କଂଗ୍ରେସ ସହ ଡିଏମକେ,ଏମସିପି, ଆରଜେଡି, ସିପିଏମ, ସମାଜବାଦୀ ପାର୍ଟି ସହ ତମାମ ବିରୋଧୀ ଦଳ ସାମିଲ ହୋଇଥିଲେ ସଂସଦ ମାର୍ଚ୍ଚରେ । ସରକାର ଜାଣିଶୁଣି ଦେଶବାସୀଙ୍କ ସମୟ ନଷ୍ଟ କରିଛନ୍ତି ।ବିରୋଧୀଙ୍କ ଦାବି ସତ୍ତ୍ୱେ ପେଗାସସ ପ୍ରସଙ୍ଗରେ ଆଲୋଚନା କଲେନି ସରକାର । କି ଯାଞ୍ଚ ମଧ୍ୟ ନିର୍ଦ୍ଦେଶ ମଧ୍ୟ କଲେ ନାହିଁ । ବିରୋଧୀଙ୍କୁ ସଂସଦରେ କହିବାକୁ ଅନୁମତି ମଧ୍ୟ ମିଳିଲା ନାହିଁ ବୋଲି କହିଛନ୍ତି ରାହୁଲ ଗାନ୍ଧି, ଦରଦାମ ବୃଦ୍ଧି, ନୂଆ କୃଷି ଆଇନ୍ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିରୋଧୀ ଆଲୋଚନା କରିବା ପାଇଁ ଚାହୁଁଥିଲେ ସୁଦ୍ଧା ସରକାର ଏଥିରେ ରାଜି ହୋଇନଥିଲେ । ମହିଳା ସାଂସଦଙ୍କ ସହ ସଂସଦରେ ଦୁର୍ବ୍ୟବହାର ହୋଇଥିବା କହିଛି ସମାଜବାଦପାର୍ଟି ।

LEAVE A REPLY

Please enter your comment!
Please enter your name here