ରାଜ୍ୟରେ ନକଲି ଔଷଧ କାରବାର କରୁଥିବା ମାମଲାରେ ସ୍ପେସାଲ ଟାସ୍କଫୋର୍ସ ତିନିଜଣଙ୍କୁ ଗିରଫ କରିଛି । ନକଲି ଔଷଧ ବିତରଣ କରୁଥିବା ମେଡିଲୟଡ ମେଡିକାମେଣ୍ଟ କଂପାନୀର ଜଣେ ନିର୍ଦ୍ଦେଶକଙ୍କ ସମେତ ତିନିଜଣ ଗିରଫ ହୋଇଥିବା ବେଳେ କଂପାନୀର ମାଲିକ ଶିବଜେନା ଫେରାର ହୋଇଯାଇଛନ୍ତି । କଟକରେ କୋଭିଡ ଔଷଧ ଫାଭିପିରାଭିର ବିକ୍ରି କରୁଥିଲା କଂପାନୀ । 10ଟି ଟାବଲେଟକୁ 65 ଟଙ୍କାରେ କିଣି 1290 ଟଙ୍କାରେ ବିକ୍ରି କରୁଥିଲା । ହିମାଚଳର ଏକ ନକଲି କଂପାନୀ ନିକଟରୁ ଏହି କଂପାନୀ ଔଷଧ କିଣି ଓଡିଶାରେ ବିତରଣ କରୁଥିଲା । ତେବେ ନକଲି ଔଷଧ କାରବାର କରୁଥିବା ରାକେଟ ସାରା ଦେଶରେ କାମ କରୁଛି ଏବଂ କ୍ରାଇମବ୍ରାଞ୍ଚ ଏସଟିଏଫ ତଦନ୍ତ ଜାରି ରଖିଛି ବୋଲି କ୍ରାଇମବ୍ରାଞ୍ଚ ଏଡିଜି ଯଶଓ୍ବନ୍ତ ଜେଠଓ୍ବା ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here