ଏବେ ସୋସିଆଲ ମିଡିଆରେ ଏକ ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁ ଫଟୋରେ ରେସଲର ରବି ଦହିଆଙ୍କୁ କଜାକିସ୍ତାନର ରେସଲର ନୁରିସ୍ଲାମ ସନାଏବ କାମୁଡୁଛନ୍ତି । ୨୫ ବର୍ଷ ବୟସ୍କ ଏହି ମଲ୍ଲଯୋଦ୍ଧା ଯେତେବେଳ ପଏଣ୍ଟ ୭-୯ ପଛରେ ସେ ରହିଥିଲେ, ସେତେବଳେଳେ ତାଙ୍କର ଖେଲୁଆଡ ମନୋବୃତ୍ତି ହଠାତ୍ ଆକ୍ରମଣାତ୍ମକ ହୋଇପଡିଲା। ସେ ରବିକୁମାରଙ୍କ ହାତକୁ କାମୁଡି ଧରିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଏମିତି କାମୁଡି ଧରିଥିଲେ ଯେ, ରବିଙ୍କ ହାତରେ କାମୁଡା ଦାଗ ରହିଗଲା। ହେଲେ ରିବ କ୍ରିଡାଭୂମୀରେ ଶେଷ ପର୍ଯ୍ୟନ୍ତ ଅବିଚଳିତ ରହିଥିଲେ ଓ ପ୍ରତିପକ୍ଷ ସନାଏବଙ୍କୁ ପରାସ୍ତ କରିଥିଲେ। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସମସ୍ତେ କଜାକିସ୍ତାନର ଉକ୍ତ ଖେଳାଳୀଙ୍କ ଏଭଳି ଆଚରଣକୁ ନିନ୍ଦା କରିଛନ୍ତି।

LEAVE A REPLY

Please enter your comment!
Please enter your name here