‘ଆଶୀର୍ବାଦ’ ଯୋଜନା ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ । ବାପା ମାଙ୍କୁ ହରାଇଥିବା ଶିଶୁ ପାଇଁ ‘ଆଶୀର୍ବାଦ’ ଯୋଜନା । ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇଥିବା ଶିଶୁ ବି ଉପକୃତ ହେବେ । ଉଭୟ ପିତା ମାତା ବା କେବଳ ଜଣଙ୍କୁ ହରାଇଥିଲେ ମିଳିବ ସୁବିଧା । ‘ଆଶୀର୍ବାଦ’ ଯୋଜନାରେ ମାସିକ ୨୫ ଶହ ଟଙ୍କା ମିଳିବ । କେବଳ ମୁଖ୍ୟ ଉପାର୍ଜନକାରୀ ବାପା କିମ୍ବା ମାଙ୍କୁ ହରାଇଥିଲେ ୧୫୦୦ ଟଙ୍କା ପାଇବେ । ଯେପରି ଜଣେ କେହି ଅନାଥ ସୁବିଧାରୁ ବାଦ ନପଡନ୍ତି ସେ ନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ୨୦୨୦ ଏପ୍ରିଲ ୧ ପରେ ଅନାଥ ହୋଇଥିବା ଶିଶୁଙ୍କୁ ମିଳିବ ସୁବିଧା । ୧୮ ବର୍ଷ ହେବା ପର୍ଯ୍ୟନ୍ତ ‘ଆଶୀର୍ବାଦ’ ଯୋଜନାରେ ଅର୍ଥ ମିଳିବ । ଯଦି ର୍ପୂବରୁ କେହି ପୋଷ୍ୟ ଭାବେ ଗ୍ରହଣ କରନ୍ତି ଆଉ ମିଳିବ ନାହିଁ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ସ୍ୱାସ୍ଥ୍ୟ ସେବା ମିଳିବ । ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯିବ ।

LEAVE A REPLY

Please enter your comment!
Please enter your name here