ଇଂଲଣ୍ଡରୁ ଏମିତି ଏକ କରୋନା ସଙ୍କ୍ରମିତ ମାମଲା ସାମ୍ନାକୁ ଆସିଛି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଇଂଲଣ୍ଡର ବ୍ରିଷ୍ଟଲରେ ରହୁଥିବା ଜଣେ ୭୨ ବର୍ଷୀୟ ବୃଦ୍ଧ ୪୩ ଥର କରୋନା ପଜିଟିଭ୍ ଚିହ୍ନଟ ହେବାପରେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି । ଏହି ବୃଦ୍ଧ ବ୍ୟକ୍ତିଙ୍କ ନାଁ- ଡେବ ସ୍ମିଥ୍ । ବିବିସିରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଏହି ବୃଦ୍ଧ ଜଣଙ୍କ ୧୦ ମାସ ହେବ କୋଭିଡ ପଜିଟିଭ୍ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ୭ ଥର ହସ୍ପିଟାଲକୁ ଏହି ବୃଦ୍ଧ ବ୍ୟକ୍ତିଙ୍କୁ ଅଣାଯାଇଛି । ସବୁଥର ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ଏକାଧିକ ଥର ପଜିଟିଭ୍ ଚିହ୍ନଟ ହେବାରେ ଏହି ଘଟଣା ପ୍ରଥମ । ସୁସ୍ଥ ହେବା ପରେ ସ୍ମିଥ୍ କହିଛନ୍ତି ଯେ, ମୋ ରୋଗ ପ୍ରତିରୋଧକ ଶକ୍ତି ପୂରା କମିଯାଇଥିଲା । ଫଳରେ ଗୋଟିଏ ରାତିରେ ଲଗାତାର ମୋର ୫ ଘଣ୍ଟା କାଶ ହୋଇଛି । ମୁଁ ଜୀବନ ଉପରୁ ଆଶା ଛାଡିଦେଇଥିଲି । ମୁଁ ମୋ ପରିବାରର ସବୁ ସଦ୍ୟସଙ୍କୁ ଡାକିଲି । ପତ୍ନୀଙ୍କୁ କହିଲି ଯେ ମୁଁ ଆଉ ବଞ୍ଚିବିନି ବୋଲି । ପରିବାର ଲୋକ ବି ଆଶା ଛାଡିଦେଇଥିଲେ । ହେଲେ ଡାକ୍ତରମାନେ ସ୍ମିଥ୍‌ଙ୍କ ଚିକିତ୍ସା ଜାରି ରଖିଥିଲେ ।ଏବଂ ତାଙ୍କୁ ଆଣ୍ଟି ଭାଇରାଲ ମେଡିସିନ୍ ଦେଇଥିଲେ । ୨ ସପ୍ତାହ ପରେ ଡାକ୍ତର ଯେତେବେଳେ ପରିବାର ଲୋକଙ୍କୁ ଜଣାଇଲେ କି ସ୍ମିଥଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ପରିବାର ଲୋକ ବିଶ୍ୱାସ କରିପାରିଲେ ନାହିଁ । ନେଗେଟିଭ୍ ଜାଣିବା ପରେ ସ୍ମିଥ୍ ଏତେ ଖୁସି ହୋଇଥିଲେ ଯେ , ସାମ୍ପେନ ଖୋଲି ଖୁସି ମନାଇଥିଲେ ।

LEAVE A REPLY

Please enter your comment!
Please enter your name here